Public App Logo
#ପ୍ରସ୍ତାବିତ_ବିଦେଶୀ_ମଦ_ଦୋକାନକୁ_ବିରୋଧ_କରି_ଜିଲ୍ଲାପାଳଙ୍କୁ_ଭେଟିଲେ_ଗ୍ରାମବାସୀ ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ବିରୋଧ କରି ଜିଲ୍ଲାପାଳ ଅଫିସରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯାଜପୁର ପୌରପାଳିକା ଅନ୍ତର୍ଗତ ୧ ନମ୍ବର ୱାର୍ଡ ସାନ ବଜାର ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ଜିଲା ପ୍ରଶାସନ ଅନୁମତି ପ୍ରଦାନ କରିଛି । ଉକ୍ତ ସ୍ଥାନରେ ସରସ୍ଵତୀ ଶିଶୁ ମନ୍ଦିର ଅବସ୍ଥିତ, ଯେଉଁ ଠାକୁ ପ୍ରତିଦିନ ୫୦୦ ରୁ ଉର୍ଦ୍ଧ୍ୱ କୋମଳମତି ଛାତ୍ରଛାତ୍ରୀ ପଢିବାକୁ ଆସୁଛନ୍ତି । ପ୍ରସ୍ତାବିତ ମଦ ଦୋକାନ ଏଠାରେ ଖୋଲା ଗଲେ ତାହା ପିଲାଙ୍କ ଉପରେ ସିଧାସଳଖ କୁପ୍ରଭାବ ପକାଇବ। ଏହା ଛଡା ଏହି ଅଞ୍ଚଳରେ ଗଞ୍ଜେଶ୍ଵର ମନ୍ଦିର ରହୁ ଥିବାରୁ ଏଠାରେ ବିଦେଶୀ ମଦ ଦୋକାନ ଖୋଲିବା କୁ ତୀବ୍ର ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଏ ନେଇ ଏକ ଦାବିପତ୍ର ଜିଲ୍ଲାପାଳ ଓ ଅବକାରୀ ବିଭାଗ କୁ ପ୍ରଦାନ କରିଛନ୍ତି। ତୁରନ୍ତ ଏହି ପ୍ରସ୍ତାବିତ ଦୋକାନ କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଦାବି କରିଛନ୍ତି। ଏହି ଅବସର ରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ମହିଳା ଓ ମାନ୍ୟଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି। #lntvnetwork #JajpurNews #jajpurkhabar #Aeiodisha - Bhubaneswar M Corp News