ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଆର୍ଯ୍ୟ ସମାଜ ଭବନ ସମ୍ବଲପୁର ଠାରେ ପଶ୍ଚିମ ଓଡିଶା ଆର୍ଯ୍ୟ ସମାଜର ସାଂଗଠନିକ ସଭା
ଆଜି ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଲେନ ସ୍ଥିତ ସମ୍ବଲପୁର ଆର୍ଯ୍ୟ ସମାଜ ଭବନ ସମ୍ବଲପୁର ଠାରେ ପଶ୍ଚିମ ଓଡିଶା ଆର୍ଯ୍ୟ ସମାଜ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ ଜିଲ୍ଲାର ଆର୍ଯ୍ୟ ସମାଜର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ।ଏହି ସଭାରେ ସାଂଗଠାନିକ ସ୍ଥିତି ଓ ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ଅତି କମରେ ୫୦ ଗୋଟି ସ୍ଥାନରେ ଆର୍ଯ୍ୟ ସମାଜର କାର୍ଯ୍ୟକଳାପ, ହୋମଯଜ୍ଞ, ସାମାଜିକ କାର୍ଯ୍ୟକ୍ରମ ଜରିଆରେ ଜନସଚେତନତା ସୃଷ୍ଟି, କରିବାକୁ ନିଷ୍ପତ୍ତି ନିଆଯାଇଥିଲା।