ଜୟପୁର : ଜୟପୁରରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି । ଚୋରି, ଲୁଟ୍, ମହିଳାଙ୍କ ପ୍ରତି ଅସଦାଚରଣ ଭଳି ଘଟଣା ବଢ଼ିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଆଉ ଅସନ୍ତୋଷ ବଢ଼ିଛି ।
ଏହାର ପ୍ରତିବାଦରେ ଆଜି ଜୟପୁର ଟାଉନ ଥାନା ସମ୍ମୁଖରେ ବିଜୁ ଜନତା ଦଳ, ଜୟପୁର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ବିକ୍ଷୋଭରେ ଦଳର ବହୁ ନେତା, କର୍ମୀ ଓ ସମର୍ଥକ ସାମିଲ ହୋଇ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବା ଏବଂ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ସହରରେ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବା ପାଇଁ ପୋଲିସ ପ୍ରଶାସନକୁ ସଜାଗ ରହିବାକୁ ମଧ୍ୟ ଦାବି କରାଯାଇଛି ।
#JeyporeBreaking #ଜୟପୁର #Jeypore #BJD #ବିଜୁଜନତାଦଳ
#LawAndOrder #ଆଇନଶୃଙ୍ଖଳା #TownThana #JeyporeNews #Koraput #OdishaNews
Koraput, Koraput | Nov 17, 2026