ଆସିକା: ନିରଞ୍ଜନ ମହିଳା ମହାବିଦ୍ୟାଳୟ ଠାରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
Asika, Ganjam | Nov 1, 2025 ଗଞ୍ଜାମ ଜିଲ୍ଲା ଆସିକା ସହର ଖମ୍ବେଶ୍ବରୀ ପାଟଣା ସ୍ଥିତ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଠାରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆସିକା ଥାନା ଅଧିକାରୀ କୁଳମଣୀ ସେଠୀ ଙ୍କ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଥାନାର ବହୁ କର୍ମଚାରୀ ଯୋଗଦେଇଥିବା ବେଳେ ମହାବିଦ୍ୟାଳୟ ର ଅଧକ୍ଷ ଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ସାମିଲ ହୋଇ ଛାତ୍ରୀ ମାନଙ୍କୁ ସାଇବର ଠକେଇ ଉପରେ ସଚେତନତା କରାଯାଇଛି l ଏହାସହ ଛାତ୍ରୀ ମାନଙ୍କ ମଧ୍ୟରେ ସାଇବର ସଚେତନତା ନେଇ ବିଭିନ୍ନ ପ୍ରକାର ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l