କୁଚିଣ୍ଡା ବ୍ଳକ ଅନ୍ତର୍ଗତ ଖଣ୍ଡକଟା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ବୁଧବାର ସନ୍ଧ୍ୟାରେ ୧୨ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏମପି ନୋମିନି ରୁଦ୍ରପ୍ରତାପ ଦେଓ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷା ସଙ୍କୁଳ ପ୍ରମୁଖ ପ୍ରଫୁଲ୍ଲ ସାହୁ ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ଗୁରୁ ଶିଷ୍ୟ ପରମ୍ପରା ନେଇ ମତ ବ୍ୟକ୍ତ କରିଥିଲେ।