ହରଭଙ୍ଗା ବ୍ଲକରେ ନୂତନ ରାସ୍ତା ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ
ଗ୍ରାମ୍ୟ ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ସାମ୍ପୋଚ-ଘୋରଡ଼ା ରାସ୍ତା (
ରାମ୍ଭିକଟା-ବରଝୁଲି PMGSY ରାସ୍ତା ଠାରୁ ପୂର୍ତ୍ତ ବିଭାଗ ରାସ୍ତା) ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬୭୫.୪୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି।
ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ:
ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ।
ସମ୍ମାନିତ ଅତିଥି: ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ।
ସ୍ୱତନ୍ତ୍ର ଅତିଥି: ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡମ୍ବରୁଧର କହଁର ଓ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର।
ପ୍ରମୁଖ ଯୋଗ ଦେଇଥିଲେ
ଏହି ନୂତନ ରାସ୍ତା ନିର୍ମାଣ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ସହ ସାମଗ୍ରିକ ବିକାଶର ପଥ ପରିଷ୍କାର ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
#BoudhNews #Harabhanga #Development #Infrastructure #OdishaBudget #RoadConstruction #ArgusNews #LocalUpdates