ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ପରତାପୁର ନିକଟସ୍ଥ ବାଟ୍ଟାକାଲ ଜଙ୍ଗଲରେ ଏକ ମାଓ ସ୍ତମ୍ଭକୁ ବିଏସଏଫ ଯବାନ ମାନେ ଧ୍ବଂସ କରିଛନ୍ତି
ମାଲକାନଗିରି ଜିଲ୍ଲା ସୀମାନ୍ତ ପରତାପୁର ନିକଟରେ ଥିବା ବାଟ୍ଟାକାଲ ଜଙ୍ଗଲରେ ଏକ ୧୪ ଫୁଟ ଉଚ୍ଚର ମାଓ ସହିଦସ୍ତମ୍ଭକୁ ବିଏସଏଫ ଯବାନ ମାନେ ଧ୍ବଂସ କରିଛନ୍ତି। ସୂଚନା ଅନୁଯାୟୀ ଵାଟ୍ଟାକାଲ ଜଂଗଲରେ ବିଏସଏଫ ଯବାନ ମାନେ ମାଓ ଦମନ ଅପରେସନ କରୁଥିଲେ। ତେବେ ଜଂଗଲରେ ମାଓ କମାଣ୍ଡର ନାଗେଶ ନାମରେ ସଙ୍ଗଠନ ପକ୍ଷରୁ ନିର୍ମିତ ୧୪ ଫୁଟିଆ ସହିଦସ୍ତମ୍ଭ ଦେଖିଥିଲେ। ତୁରନ୍ତ ଯବାନ ଏହାକୁ ଭାଙ୍ଗି ଧ୍ୱଂସ କରିଦେଇଥିଲେ। ମାଓବାଦୀ ମାନେ ନିଜର ସ୍ଥିତି ଜାହିର କରିବା ପାଇଁ ଏଭଳି ସ୍ଥମ୍ଭ କରୁଥିବା ବେଳେ ମାଓ ଭୟ କୁ ହଟାଇବା ପାଇଁ ଯବାନ ମାନେ ଏହାକୁ ଧ୍ୱଂସ କରିଥିଲେ।