ମୋରଡା ନିର୍ବାଚନମଣ୍ଡଳୀ ତଥା ବ୍ଲକ ଅଧୀନ ଭାଲିଡିହା ସ୍କୁଲରେ କାର୍ଯ୍ୟରତ ଜନୈକ କ୍ରୀଡାଶିକ୍ଷକଙ୍କର ଶୁକ୍ରବାର ରାତି ରାତି ଦଶଟାରେ ୧୮ନଂ ଜାତୀୟରାଜପଥ ରାଗ୍ଧା ଛକରେ ସଡ଼କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ଘଟିଛି l ମୃତକ ଜଣକ ହେଉଛନ୍ତି ବେତନଟୀ ଥାନା ନଙ୍ଗଳକଟା ଗ୍ରାମର ସ୍ୱର୍ଗତ ରତ୍ନାକର ମହାନ୍ତଙ୍କ ପୁଅ ବାସୁଦେବ ମହାନ୍ତ l ବାସୁଦେବ ନିଜର ଓଡି -୧୧ଏଜେ -୦୮୨୮ନମ୍ବର ବିଶିଷ୍ଟ ସ୍କୁଟିଯୋଗେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା l