ଢେଙ୍କାନାଳ ସଦର: ଯୋରନ୍ଦା ଜଗନ୍ନାଥ ମନ୍ଦିର ଠାରେ ରଥାରୁଢ଼ ଶ୍ରୀଜୀଉମାନଙ୍କର ସୁନାବେଶ ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଆଞ୍ଚଳିକ ଜଗନ୍ନାଥ ମନ୍ଦିରରେ ଠାରେ ଆଜି ତା ୬।୭ ରିଖ ଅପରାହ୍ନ ୩ ଘଣ୍ଟା ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ରଥାରୁଢ଼ ଶ୍ରୀଜୀଉମାନଙ୍କର ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ଯୋରନ୍ଦା ଜଗନ୍ନାଥ ମନ୍ଦିର ଆନୁକୂଲ୍ୟରେ ୧୧ମ ବାର୍ଷିକ ରଥଯାତ୍ରା ଓ ବାହୁଡାଯାତ୍ରା ଗତକାଲି ଶେଷ ହୋଇଛି। ଆଜି ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ରଥରେ ଶ୍ରୀଜିଉ ମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି ।