ଗନ୍ଦିଆ ବ୍ଲକର ଗୁଣ୍ଡୁରାପଶି MIP ପ୍ରତି କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦିଅନ୍ତୁ
ଗନ୍ଦିଆ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରାପଶି MIPରେ ଲଗାଣ ବର୍ଷା ଯୋଗୁଁ ଏକ ବଡ଼ ଘାଇ ସୃଷ୍ଟି ହୋଇଛି। ଏହା ଫଳରେ ପ୍ରକଳ୍ପର ସୁରକ୍ଷା ସହ ଚାଷୀମାନଙ୍କ ସ୍ୱାର୍ଥ ମଧ୍ୟ ବିପଦରେ ପଡ଼ିଛି।
ସ୍ଥାନୀୟ ଜନସାଧାରଣ ବାରମ୍ବାର ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନାହିଁ। ବିଳମ୍ବ ହେଲେ ଘାଇ ଆହୁରି ବଡ଼ ହେବା ସହିତ ପ୍ରକଳ୍ପର ବ୍ୟାପକ କ୍ଷତି ଘଟିପାରେ ଏବଂ ଚାଷୀମାନେ ମଧ୍ୟ ଜଳସେଚନ ସୁବିଧାରୁ ବଞ୍ଚିତ ହେବାର ଆଶଙ୍କା ରହିଛି।
ଅତଏବ, ସମ୍ପୃକ୍ତ ଜଳସମ୍ପଦ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ସ୍ଥଳ ପରିଦର୍ଶନ, ଆବଶ୍ୟକ ମରାମତି କାର୍ଯ୍ୟ ଓ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ମୋର ଦୃଢ଼ ଦାବି।
#public#vairalvidio#newsodiaodisha #facebookreelsviralviralシfypシ゚2026 #gandia