Public App Logo
ଦାବି ପୂରଣ ନହେଲେ ବଡ଼ ଆନ୍ଦୋଳନ, ରାସ୍ତାକୁ ଓହ୍ଲାଇଲା ଭାରତୀୟ ମଜଦୁର ସଂଘ, ଶ୍ରମିକମାନଙ୍କ ବିଭିନ୍ନ ଦାବି ପୂରଣ ହେଉନଥିବା ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ ମଜଦୁର ସଂଘ। ରାଞ୍ଚିରେ ଅନୁଷ୍ଠିତ ୧୬୧ତମ କାର୍ଯ୍ୟ ସମିତି ବୈଠକର ନିଷ୍ପତ୍ତି ଅନୁଯାୟୀ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ କରାଯାଇଛି। କୋରାପୁଟରେ ମଧ୍ୟ ଶ୍ରମିକଙ୍କ ଦାବି ନେଇ ବଡ଼ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି। ନିଶାଣି ମୁଣ୍ଡାଠାରୁ ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ରାଲିରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଅଙ୍ଗନୱାଡି, ଆଶାକର୍ମୀଙ୍କ ସମେତ ବିଭିନ୍ନ ବର୍ଗର କର୍ମଚାରୀ ସାମିଲ ହୋଇଥିଲେ। - Jeypore News