ଗଞ୍ଜେଇ ମାଫିଆଙ୍କ ସହ ଲିଙ୍କ୍ ଅଭିଯୋଗ: ମନମୁଣ୍ଡା ଥାନାର ପୂର୍ବତନ IIC ସୁସ୍ମିତା ମଗର ନିଲମ୍ବିତ!
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଚାଲିଥିବା ଗଞ୍ଜେଇ କାରବାର ଓ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗରେ ଶେଷରେ ହେଲା ବଡ଼ କାର୍ଯ୍ୟାନୁଷ୍ଠାନ। ମନମୁଣ୍ଡା ଥାନାର ପୂର୍ବତନ ଆଇଆଇସି (IIC) ସୁସ୍ମିତା ମଗରଙ୍କୁ ଚାକିରିରୁ ନିଲମ୍ବିତ (Suspend) କରାଯାଇଛି। କିଛି ଦିନ ତଳେ ତାଙ୍କୁ ମନମୁଣ୍ଡା ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ, ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତିର ସ୍ପଷ୍ଟ ପ୍ରମାଣ ମିଳିବା ପରେ ଆରକ୍ଷୀ ମହାନିର୍ଦ୍ଦେଶକ (DGP)ଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ନିଲମ୍ବନ କରାଯାଇଛି।
ରାଜ୍ୟରେ ଅପରାଧ ଓ ନିଶା କାରବାର ବିରୋଧରେ ଶୂନ୍ୟ ସହନଶୀଳତା (Zero Tolerance) ନୀତି ଆପଣାଯାଉଥିବା ବେଳେ, ନିଜେ ଆଇନର ରକ୍ଷକ ସାଜି ଭକ୍ଷକ ଭୂମିକା ଗ୍ରହଣ କରିଥିବା ଅଧିକାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ପୋଲିସ ବିଭାଗରେ ହଲଚଲ ସୃଷ୍ଟି କରିଛି।
ସମ୍ପୂର୍ଣ୍ଣ ଖବର ପାଇଁ ପେଜ୍କୁ ଲାଇକ୍ ଓ ଫଲୋ କରନ୍ତୁ।
#BoudhNews #Manamunda #OdishaPolice #GanjaMafia #Suspended #IICSusmitaMagar #ArgusNews #LatestUpdates #odishanewstoday