ଚଳିତ ମାସ ୨୫ ତାରିଖ ଦିନ ରାଜକନିକା ଥାନା ଅନ୍ତର୍ଗତ ବଂଶରିଆ ଗାଁର ସିଦ୍ଧାର୍ଥ ଙ୍କୁ ହଟିଆପଡା ଠାକୁରାଣୀ ମନ୍ଦିର ନିକଟରେ ସଙ୍ଘବଧ ଆକ୍ରମଣ ଘଟଣାରେ ତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ର ଦୁଇଦିନ ପରେ ପୋଲିସ ଅଭିଯୁକ୍ତ ମାନଙ୍କୁ ନଧରିବା ପ୍ରତିବାଦରେ ଆଜି ବଂଶରିଆ ଗାଁର ଏକାଧିଜ ଲୋକ ରାଜକନିକା ଥାନାର ଦ୍ୱାରସ୍ତ ହୋଇ ଥାନା ଅଧିକାରୀଙ୍କୁ ଭେଟି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ନିବେଦନ କରିଛନ୍ତି