**ବିଳମ୍ୱିତ ରାତିରେ ଦୋକାନରୁ ଲୁଟ୍***
ପ୍ରାପ୍ତ ସୂଚନା କ୍ରମେ ଗତ କାଲି ବିଳମ୍ବିତ ରାତିରେ ହିନ୍ଦୋଳ ବ୍ଳକ୍ ଗଣ୍ଡାନାଳୀ ଗ୍ରାମର ବିଦ୍ୟାଧରସାହୁଙ୍କର ପୁରୁଣା କଟକ ସମ୍ବଲପୁର ରାସ୍ତା ପାର୍ଶ୍ବସ୍ଥ ଦୋକାନର କବାଟ ତାଡ଼ି ଅଜଣା ଦୁର୍ବୁର୍ତ୍ତ ଦୋକାନରେ ଥିବା ୪୫ ହଜାର ଟଙ୍କା ଏବଂ ଗୋଟେ ଗ୍ରାମ ସୁନା କଏନ୍ ସହ ବିଭିନ୍ନ ସାମଗ୍ରୀ ଲୁଟିନେଇଛନ୍ତି।ବିଦ୍ୟାଧରସାହୁଙ୍କ ପୁଅ ଭବାନୀ ସାହୁ ଏଥି ନେଇ ରାସୋଳ ଥାନା ରେ ଅଭିଯୋଗ କରିଥିବା ବେଳେ ପୋଲିସ ପାଟ୍ରୋଲିଂ ଦୁର୍ବଳ ଥିବାରୁ ପୂରୂଣାସକଟକ ସମ୍ବଲପୁର ରାସ୍ତା ଆନ୍ତଃରାଜ୍ୟ ଅପରାଧୀ ମାନଙ୍କର ନିର୍ଭୟ ଚଲାପଥ ପାଲଟିଛି। ଅକ୍ଳେଶରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ କରି ଚାଲି ଯାଉଛନ୍ତି।ତେବେ ଏଥି ପ୍ରତି ସ୍ଥାନୀୟ ପୋଲିସ ଯତ୍ନବାନ ହେଲେ ଏସବୁ କୁ ଏଡାଇ ଦିଆ ଯାଇ ପାରିବ ବୋଲି ସାଧାରଣରେ କ୍ଷୋଭକ୍ତି ପ୍ରକାଶ କରିଛନ୍ତି।ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ