ଗଣଧାରଣା ରେ ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ଯୋଗଦେଇ ଆନ୍ଦୋଳନକୁ ସମର୍ଥନ ଦେବା ସହିତ ଦାବିପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହୁ ବୋଲି ଉପସ୍ଥିତ କ୍ରାନ୍ତିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ*ଅହୋରାତ୍ର ଗଣ ଧାରଣା ତୃତୀୟ ଦିନରେ, ଛଦେଶ ବିକାଶ ପରିଷଦର ଦଶଦଫା ଦାବି, ଆପ୍ ର ସମର୍ଥନ*
ଢେଙ୍କାନାଳ ସଦର : ଛଦେଶ ବିକାଶ ପରିଷଦର ପକ୍ଷରୁ ଦଶଦଫା ଦାବି ନେଇ ଅହୋରାତ୍ର ଗଣ ଧାରଣା ତୃତୀୟ ଦିନରେ ପହଞ୍ଚିଲା। ଦୀର୍ଘ ବର୍ଷ ଧରି ଛଦେଶ ଅଞ୍ଚଳର ବିକାଶ ପାଇଁ ଏହି ଦାବି କରିଆସୁଛନ୍ତି। ମଙ୍ଗଳବାର ତୃତୀୟ ଦିନ ଧାରଣାରେ ଆଜି ଘଟିପିରି ପଂଚାୟତର ତଥା ଆମ୍ ଆଦମୀ ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ମୂଖ୍ୟ ଦାବୀ ଗୁଡିକ ମଧ୍ୟରୁ ଛଦେଶକୁ ଏକ ବ୍ଳକ ଗଠନ ପାଇଁ ଦାବୀ କରିଥଲେ। ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭାପୁର ଫାଣ୍ଡି ଥାନା ନହୋଇପରିବା ପୂର୍ବ ବିଜେଡି ଓ ଏବେର ବିଜେପି ସରକାର ଦାୟୀ ବୋଲି କହିଥିଲେ। ଛଦେଶ ବିକାଶ ପରିଷଦ ଅଞ୍ଚଳର ପ୍ରତି ଗ୍ରାମରୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଏହି ସଙ୍ଗଠନରେ ସାମିଲ୍ କରାଯାଇ କାର୍ଯ୍ୟକାରୀଣୀ କମିଟି ପୁନର୍ଗଠନ କ