ଢେଙ୍କାନାଳ ସଦର: ଗଁଦିଆ ବ୍ଳକ ଚିରୁଳେଇ ରାଜସ୍ୱ ଗ୍ରାମକୁ ଗ୍ରାମ ପଞ୍ଚାୟତ ମାନ୍ୟତା ପ୍ରଦାନ କରିବା ପାଇଁ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ କାବରା ଗ୍ରାମ ପଞ୍ଚାୟତ ତିରୁଳେଇ ରାଜସ୍ୱ ଗ୍ରାମକୁ ଗ୍ରାମ ପଞ୍ଚାୟତ ମାନ୍ୟତା ଦେଇ ଗ୍ରାମ ପଞ୍ଚାୟତ ଭାବେ ଘୋଷଣା କରିବା ପାଇଁ ଗ୍ରାମବାସୀମାନେ ଆଜି ତା୨୮।୧୧।୨୦୨୫ ରିଖ ଅପରାହ୍ନ ୫ ଘଣ୍ଟା ସମୟରେ ଓଡିଶା ସରକାରଙ୍କ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ପ୍ରାୟ ୪୦୦୦ ଜନସଂଖ୍ୟା ବିଶିଷ୍ଟ ଚିରୁଳେଇ ରାଜସ୍ୱ ଗ୍ରାମଟି ହରଡବେରଣା ,ଚମଦଳ, ଡାହିସାହି ଓ ଜୁଆଙ୍ଗ ସାହି ପଡା ଗ୍ରାମକୁ ନେଇ ଗଠିତ ପ୍ରାୟ ୧୧ ବର୍ଗ କିମି ପରିଧି ଅଞ୍ଚଳକୁ ନେଇ ଚିରୁଳେଇ ମୈ।ଜା ଗଠିତ।