ଏକତା ଆଗରେ ହାର ମାନିଲା ସମସ୍ୟା! କାଲିମେଳା MPV-81 ଗ୍ରାମବାସୀ ମିଶି ନିଜ ଶ୍ରମଦାନରେ ନିର୍ମାଣ କଲେ ବ୍ରିଜ୍!
ଗାଁ ମଝିରେ କେନାଲ, ଯାତାୟାତ ପାଇଁ ଭୋଗୁଥିଲେ ଅସୁବିଧା:
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମହାରାଜପାଲି ପଞ୍ଚାୟତର MPV-81 ଗ୍ରାମରୁ ଏକ ପ୍ରେରଣାଦାୟୀ ଖବର ସାମ୍ନାକୁ ଆସିଛି। ଗାଁ ମଝିରେ କେନାଲ ଥିବାରୁ ଗ୍ରାମଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ବିଦ୍ୟାଳୟ, ଖେଳପଡ଼ିଆ, ଦୁର୍ଗା ମଣ୍ଡପ ଓ ଅନ୍ୟ ଜନବସତିକୁ ଯିବା ପାଇଁ ଦୁଇ ମୁଣ୍ଡରେ ବ୍ରିଜ୍ ଥିଲେ ମଧ୍ୟ, ଲୋକଙ୍କୁ ପ୍ରାୟ ୧ କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଥିଲା। ବିଶେଷ କରି ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଏଥିପାଇଁ ଦୀର୍ଘ ଦିନ ହେବ ଅସୁବିଧା ସାମ୍ନା କରୁଥିଲେ।
#MalkangiriNews #MPV81 #Odisha