ବାମରା ବ୍ଲକ ଅନ୍ତର୍ଗତ ସୋଲବଗା ସ୍ଥିତ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ଠାରେ ଗତ ୨ ଦିନରୁ ଚାଲିଥିବା କେନ୍ଦୁପତ୍ର କର୍ମଚାରୀ ଙ୍କ ଆନ୍ଦୋଳନ ସ୍ଥଗିତ କରାଯାଇଛି। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ର ଆହ୍ଵାନ କ୍ରମେ ଅନୁଷ୍ଠିତ ହୋଇଥିବା ଉକ୍ତ ଆନ୍ଦୋଳନ ରେ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧେଇ କର୍ମଚାରୀଙ୍କ ବିଭିନ୍ନ ଦାବି ଉପସ୍ଥାପନା କରାଯାଇଥିଲା। ଶନିବାର ସନ୍ଧ୍ୟା ୬ ଟାରେ ଉକ୍ତ ଆନ୍ଦୋଳନ କୁ ସାମୟିକ ଭାବେ ସ୍ଥଗିତ କରାଯାଇଥିବା ବେଳେ ଆଗାମୀ ଦିନ ରେ ଦାବି ପୁରାଣ ନହେଲେ ଆସନ୍ତା ୨୭ ତାରିଖ ଦିନ ରାସ୍ତାରୋକ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି।