ବଲାଙ୍ଗୀର: ଶାନ୍ତିପଡାରେ ଟାଇଗର ୟୁଥ୍ କ୍ଲବର ୩୦ ବର୍ଷ ପୂର୍ତ୍ତି ଉତ୍ସବରେ ପୌରାଧକ୍ଷା ଲିକା ସାହୁଙ୍କ ପ୍ରଶଂସାମୂଳକ ସନ୍ଦେଶ
ବଲାଙ୍ଗିର ଶାନ୍ତିପଡାରେ ଟାଇଗର ୟୁଥ୍ କ୍ଲବର ୩୦ ବର୍ଷ ପୂର୍ତ୍ତି ଉତ୍ସବ ଉତ୍ସାହମୟ ପରିବେଶରେ ଆୟୋଜିତ ହେଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୌରାଧକ୍ଷା ଶ୍ରୀମତୀ ଲିକା ସାହୁ। ସେ କ୍ଲବର ଦୀର୍ଘ ୩୦ ବର୍ଷର ସାମାଜିକ ସେବା, ଯୁବ ଶକ୍ତିକୁ ଏକତ୍ର କରି ନେତୃତ୍ୱ ଗଢି ତୋଳିବାର ଉଦ୍ୟମକୁ ବିଶେଷ ଭାବେ ପ୍ରଶଂସା କଲେ। ପୌରାଧକ୍ଷା ସାହୁ କ୍ଲବ ସଦସ୍ୟମାନଙ୍କୁ ଆଗାମୀଦିନରେ ମଧ୍ୟ ଏହି ସକାରାତ୍ମକ କାର୍ଯ୍ୟ ଜାରି ରଖିବାକୁ ଶୁଭେଚ୍ଛା ଆଜି ରାତି ୭ଟା ସମୟରେ ଜଣାଇଛନ୍ତି