ଅଗ୍ନିବିପନ୍ନ ପରିବାରକୁ କଙ୍କଡାହାଡ ସାମ୍ବାଦିକ ସଂଘ ପକ୍ଷରୁ ସହାୟତା ରାଶି ପ୍ରଦାନ କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ଥାନା ଅଞ୍ଚଳରେ ସୋମବାର ସକାଳୁ ସକାଳୁ ଏକ ଘର ପୋଡ଼ି ଦୃଶ୍ୟ ଦେଖିବାକୁ ମିଳିଥିଲା । ଖବରରୁ ପ୍ରକାଶ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଝିଲି ପଞ୍ଚାୟତ ଅଧିନସ୍ଥ ଟମ୍ପେଇ ଗ୍ରାମ ନୂଆ ସାହିର କନକଲତା ସିଂହଙ୍କର ଚାଳ ଛପର ଘରେ ନିଆଁ ଲାଗି ୨ ବଖରା ଘର ପୋଡ଼ି ପାଉଁଶରେ ପରିଣତ ହୋଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ପରଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରି ନେଉଥିବା ବେଳେ ସେତେ ବେଳକୁ ଘରର ସମସ୍ତ ଆସବାବ ପତ୍ର ପୋଡି ଯାଇଥିବା ଜଣାପଡିଛି