କେନ୍ଦୁଝର ସହର: ହଳଦୀବଟା ନିକଟରୁ ଗୋରୁ ବୋଝେଇ ପିକଅପ୍ ଗାଡ଼ି ଜବତ, ଘଟଣାସ୍ଥଳରୁ ଗୋରୁ ମାଫିଆ ଫେରାର
କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ଫାଣ୍ଡି ଅନ୍ତର୍ଗତ ହଳଦୀବଟା ନିକଟରୁ ଆଜି ପାଟଣା ବନବିଭାଗ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିଛି। ଏକ ପିକପ ଭ୍ୟାନ ସନ୍ଦେହ ଜନକ ଭାବେ ଯାଉଥିବା ବେଳେ ସାହାରପଡା ବନପାଳ ଓ ପାରା କର୍ମଚାରୀ ଗାଡିଟିକୁ ଅଟକାଇ ଥିଲେ।ଗାଡି ଭିତରେ ଥିବା ଦୁର୍ବୁତ୍ତ ମାନେ ବନ କର୍ମଚାରୀ ଙ୍କୁ ଦେଖି ଅନ୍ଧାର ର ସୁଯୋଗ ନେଇ ଦଉଡି ପଳାଇବାରେ ସଫଳ ହୋଇଥିଲେ।ତେବେ ଗାଡ଼ି ଭିତରେ ୭ ଟି ବଳଦ ଥିବା ଦେଖା ଯାଇଥିଲା।