ରାତ୍ରିକାଳୀନ ନାକା ଯାଞ୍ଚ ଓ ପାଟ୍ରୋଲିଂ | ରାଉରକେଲା ପୋଲିସ
ନାଗରିକଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ସୁଦୃଢ଼ କରିବା ଏବଂ ଅପରାଧ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ରାତ୍ରିକାଳୀନ ନାକା ଯାଞ୍ଚ ଓ ଘନିଷ୍ଠ ପାଟ୍ରୋଲିଂ କରାଯାଇଛି।
ଏହି ସମୟରେ ପୋଲିସ ଟିମ୍ ପକ୍ଷରୁ ଯାନବାହନ ଯାଞ୍ଚ, ସନ୍ଦେହଜନକ ବ୍ୟକ୍ତି ଓ ଗତିବିଧିର ଯାଞ୍ଚ ଏବଂ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ନିରୀକ୍ଷଣ କରାଯାଇଥିଲା। ଏପରି ପ୍ରତିରୋଧମୂଳକ ଯାଞ୍ଚ ଦ୍ୱାରା ଅପରାଧୀକ କାର୍ଯ୍ୟକଳାପକୁ ରୋକିବା ସହ ସନ୍ଦେହଜନକ ଗତିବିଧି ଉପରେ ନଜର ରଖାଯାଉଛି।
📢 ଜନସାଧାରଣଙ୍କ ପାଇଁ ସଚେତନତା:
ସମସ୍ତ ନାଗରିକଙ୍କୁ ବୈଧ ଯାନବାହନ କାଗଜପତ୍ର ସାଙ୍ଗରେ ରଖିବା, ହେଲମେଟ୍/ସିଟ୍ବେଲ୍ଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା ଏବଂ ଟ୍ରାଫିକ୍ ନିୟମ ପାଳନ କରିବା ପାଇଁ ଅନୁରୋଧ କରାଯାଉଛି। ଯାଞ୍ଚ ସମୟରେ ପୋଲିସକୁ ସହଯୋଗ କରନ୍ତୁ।
କୌଣସି ସନ୍ଦେହଜନକ ବ୍ୟକ୍ତି, ଗତିବିଧି କିମ୍ବା ଅପରାଧ ସମ୍ପର୍କିତ ସୂଚନା ମିଳିଲେ ତୁରନ୍ତ ପୋଲିସକୁ ଜଣାନ୍ତୁ।
#raurkelapolice #nightpatrolling #nakachecking #publicsafety