#ସ୍କର୍ପିଓ_ରେ_ଷଣ୍ଢ_ତଷ୍କର_ନେଇ_ଥାନା_ଘେରିଲା_ଗ୍ରାମବାସୀ_ଓ_ହିନ୍ଦୁ_ସଂଗଠନ
ଯାଜପୁର ଟାଉନ ଥାନା ଅଂଚଳରେ ନିୟମିତ ଭାବେ ଗୋରୁଗାଈ ଏବଂ ଷଣ୍ଢ ମାନଙ୍କୁ ଗୋ ତଷ୍କର ମାନେ ଛୋଟ ଛୋଟ ଯାତ୍ରୀ ପରିବହନ ଗାଡ଼ି ରେ ଉଠାଇ ନେଉଛନ୍ତି। କିଛି ଦିନ ପୂର୍ବରୁ ମେଡିକାଲ ଛକ ଅଂଚଳରୁ ମଧ୍ୟ ବୁଲା ଗୋରୁ ଙ୍କୁ ବିଳମ୍ବିତ ରାତିରେ ବୋଲେରୋ ଏବଂ ସ୍କର୍ପିଓ ରେ ପୁରାଇ ତଷ୍କର ମାନେ ନେଇ ପଳାଇଥିବା ସିସିଟିଭି ରେ କଏଦ ହୋଇଥିଲା। ସିସିଟିଭି କ୍ୟାମେରା ରେ ହେଉଥିବା ଘଟଣାକୁ ପରେ ଜାଣି ହେଉଥିବା ବେଳେ ସିସିଟିଭି ବାହାରେ କିନ୍ତୁ ନିୟମିତ ଭାବେ ଯାଜପୁର, ଯାଜପୁର ସଦର, ଦଶରଥପୁର ଓ ମଙ୍ଗଳପୁର ଥାନା ଅଂଚଳରୁ ଗୋରୁଗାଈ ଏବଂ ବୁଲା ଷଣ୍ଢ ମାନଙ୍କୁ ଉଠାଇ ନିଆଯାଉଛି। ଷଣ୍ଢ ଙ୍କ ପ୍ରତି ହିନ୍ଦୁ ମାନଙ୍କର ବିଶେଷ ଧାର୍ମିକ ଭାବନା ଜଡ଼ିତ ଥିବାରୁ ତଥା ଗୋମାତାଙ୍କୁ ପୂଜା କରୁଥିବା ଯୋଗୁଁ ବାରମ୍ବାର ଏପରି ଘଟଣା ଘଟିବା ଓ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନୀରବଦ୍ରଷ୍ଟା ସାଜିବା ଘଟଣା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ବୁଧବାର ରାତି ପ୍ରାୟ ୨.୫୦ ସମୟରେ ତଷ୍କର ମାନେ ଏକ ଓଡି୦୨-ଡିଓ-୫୪୭୫ ନଂ ସ୍କର୍ପିଓ ରେ ଆସି ଷଣ୍ଢ ଓ ବଳଦ ଙ୍କୁ ଗାଡ଼ି ଭିତରେ ମାଡି ମୋଡ଼ି ଚମ୍ପଟ ମାରିଛନ୍ତି। ଏହି ଘଟଣା କୁ ନେଇ ଆନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଏବଂ ସାନବଜାର ଗ୍ରାମର ହିମାଂଶୁ ସାମନ୍ତ ଙ୍କ ସମେତ ଗ୍ରାମବାସୀ ଥାନାରେ ଏତଲା ଦେବା ସହିତ ଘେରାଉ କରି ପୋଲିସ ନିଷ୍କ୍ରିୟତା ଓ ଗୋ- ତଷ୍କର ଙ୍କୁ ଯଥାଶୀଘ୍ର ଠାବ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଏ ନେଇ ଯାଜପୁର ଜିଲ୍ଲା ଏସପି ଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଛି।
#lntvnetwork #jajpurkhabar #JajpurNews #Aeiodisha