ଗାନ୍ଧୀ ଜୟନ୍ତୀ ରେ ପ୍ରତିଭା ଚୟନ ଓ ପୁରସ୍କାର ବିତରଣ ଉତ୍ସବ
କୁଚିଣ୍ଡା : କୁଚିଣ୍ଡା ଉପଖଣ୍ଡୀୟ ମହୁକୁମାସ୍ଥ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ୨୪ତମ ବର୍ଷ ର ପ୍ରତିଭା ଚୟନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁଚିଣ୍ଡା ସହବ୍ଲକ ଶିକ୍ଷା ଅଧିକାରୀ ବିନୋଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସାନ୍ତନୁ କୁମାର ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀ ଓ ଶାସ୍ତ୍ରୀଜୀ ଙ୍କ ଆଦର୍ଶ ଏବଂ ଦେଶମାତୃକାର ପାଇଁ ସଂଗ୍ରାମ ସମଗ୍ର ଦେଶ ତଥା ଦେଶ ବାହାରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରି୍ଥିବା ଗୁରୁତ୍ୱାରୋପ କରିଥିଲେ । ସଭାରେ ଅବସରପ୍ରାପ୍ତ ସିନେ ସମ୍ପାଦକ ଡ. ଦିଲିପ ପାଣି ମୂଖ୍ୟବକ୍ତା ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ , କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୂଖ୍ୟପରିଚାଳକ ଡା. ସତ୍ୟବ୍ରତ ଦୋରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡା ଅଧ୍ୟାପକ ଦେବେନ୍ଦ୍ର ନାଏକ ଅଭିଯାନର ବିବରଣୀ ପାଠ କରିଥିଲେ ଏବଂ ସଂଯୋଜକ ରମେଶ କିସାନ ଅଭିଯାନର ବିଗତ କାର୍ଯ୍ୟ ଓ ସଦସ୍ୟତା ସହାୟତା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଆବାହାକ ପ୍ରଭାତ ବେହେରା ଗତ ୨୪ ବର୍ଷ ଧରି ସଦସ୍ୟଙ୍କ ସହଯୋଗରେ ଚାଲିଥିବା ଅଭିଯାନର ସଫଳତା ଓ ଉଦ୍ଦେଶ୍ୟ ସଂକ୍ରାନ୍ତରେ ବକ୍ତବ୍ୟ ଦେଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ଚିତ୍ରାଙ୍କନ,ଲିଖନ ସାଧାରଣ ଜ୍ଞାନ ପରୀକ୍ଷା, ଫୁଲତୋଡା ତିଆରି ପ୍ରଦର୍ଶନ , ଏକକ ଅଭିନୟ , ରଂଗୋଲି ଆଦି ପ୍ରତିଯୋଗିତାର ୪୬ଜଣ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ଟ୍ରଫି,ପ୍ରମାଣପତ୍ର ଓ ଅର୍ଥ ଦେଇ ପୁରସ୍କୃତ କରିଥିଲେ । ସଭା ପ୍ରାରମ୍ଭରେ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଜାରୀ ସ୍ୱାଗତ ବକ୍ତବ୍ୟ ଦେଇଥିଲେ । ଉତ୍ସବରେ ସ୍ୱର୍ଗତ ଶୁଭମ ଗଡତିଆ ସ୍ମୃତି ପୁରସ୍କାର ,ଭାଗଚାନ୍ଦ୍ର ଅଗ୍ରୱାଲା ସ୍ମୃତି , ଶୁବୋଧ ଶର୍ମା ସ୍ମୃତି , ଭବାନୀ ଦାସ ସ୍ମୃତି ,ଅଶୋକ ନାଏକ ସ୍ମୃତି ପୁରସ୍କାର ସମେତ ବହୁ ଅଭିଯାନ ସଦସ୍ୟଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ନେତା ସୁଗତ ପଟେଲ, ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଜାରୀ , ବରିଷ୍ଟ ଶିକ୍ଷକ କୈଳାସ ପଟେଲ, ଶରତ ପଶାୟତ, ସଂଜୟ ନାଗ , ବୈରଭ ସାହୁ, ମନୋଜ ମଲ୍ଲିକ ,ରାଜେଶ ପ୍ରଧାନ , ତନୟା ହଂସ ସମେତ ସମେତ ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ । ପ୍ରତିଯୋଗିତାରେ କୁଚିଣ୍ଡା ବିଜ୍ଞାପିତ ପରିଷଦ ସମେତ ବ୍ଲକର ୨୭୮ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । #kuchinda #kuchindatvlive #sambalpur #odishanews