ତଲସରା: ପ୍ରଭୂ ଯିଶୁ ଙ୍କର ଆଗମନ ପାଇଁ ଧାର୍ମିକ ଶୋଭାଯାତ୍ରା ଅନୁଷ୍ଠିତ
କାଲଭରୀ ଟେମ୍ପଲ ଚର୍ଚ୍ଚ କରମଡିହି ଦ୍ୱାରା ଆଜି ପ୍ରଭୁ ଯିଶୁଙ୍କ ଆଗମନ ପାଇଁ ଏକ ଶାନ୍ତିପୂର୍ଣ୍ଣ ଧାର୍ମିକ ଶୋଭାଯାତ୍ରା ଆୟୋଜିତ ହୋଇଛି । ଶୋଭାଯାତ୍ରା କାଲଭରୀ ମନ୍ଦିର ଚର୍ଚ୍ଚ ପରିସରରୁ ଆରମ୍ଭ ହୋଇ ଗିତପଡ଼ା ଏବଂ ଡୁଙ୍ଗାଜୋର ହୋଇ ଚର୍ଚ୍ଚ ପ୍ରାଙ୍ଗଣରେ ସମାପ୍ତ ହେଇଥିଲା । ଏହି ରାଲିରେ ବିଭିନ୍ନ ଅଞ୍ଚଳର ବିଶ୍ୱାସୀ ଭାଈ ଭଉଣି ମାନେ ଯୋଗଦେଇ ପ୍ରଭୁ ଯୀଶୁଙ୍କ ଜନ୍ମର ଶୁଭ ବାର୍ତ୍ତା—ଶାନ୍ତି, ମୋକ୍ଷ ଓ ସତ୍ୟର ଆଲୋକକୁ ଲୋକମାନଙ୍କ ସମ୍ମୁଖରେ ପହଞ୍ଚାଇବାର ସନ୍ଦେଶ ଦିଆଯାଇଥିଲା । ପାଷ୍ଟର ସରୋଜ ଦିଗଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।