ତଲସରା: କାର ସହ ଏକ କୁଇଣ୍ଟାଲ ଗୋମାଂସ ଜବତ ହୋଟେଲ ମାଲିକ ସମେତ ୪ ଗିରଫ
ଖତକୁରବାହାଲ ଗ୍ରାମ ରୁ ଝାରସୁଗୁଡା କୁ ଏକ କାର ରେ ଗୋମାଂସ ଚାଲାଣ ହେଉଥିବା ବେଳେ ବଡ଼ଗାଁ ପୋଲିସ ଧରିବାକୁ ସକ୍ଷମ ହୋଇଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ବଡ଼ଗାଁ ପୋଲିସ ଥାନା ସମ୍ମୁଖରେ ଗତକାଲି ବିଳମ୍ବିତ ରାତି ସାଢେ ଦଶଟାରେ ଓଡି ୦୨ଏଏ୨୮୧୬ ଟାଟା ଇଣ୍ଡିଗୋ କାର ସହ ୧ କୁଇଣ୍ଟାଲ ଗୋମାଂସ ଜବତ କରିଛି। ରାସ୍ତା ରେ ଟ୍ରକ ରଖି ଆଇଆଇସି ବାଲୁଙ୍କେଶ୍ବର ନାଏକ ଏଏସଆଇ ଅରୁପାନନ୍ଦ ଦାସ ବିଜୟ କର ସଦଳବଳେ କାର କୁ ଯୋଜନାବଦ୍ଧ ଭାବେ ଅଟକାଇ ଧରିଥିଲେ। ବଡ଼ଗାଁ ପୋଲିସ ଏହି ଘଟଣାରେ ଝାରସୁଗୁଡା ର ଜଣେ ହୋଟେଲ ମାଲିକ ସମେତ ଚାରିଜଣଙ୍କୁ ଗିରଫ କରିଛି।