ଢେଙ୍କାନାଳ ମାଟିର ଗର୍ବ — ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଇତିହାସ କହିଲେ ଯେଉଁ ମହାନ ବିପ୍ଳବୀଙ୍କ ନାଁ ସର୍ବପ୍ରଥମେ ମନେ ପଡ଼େ, ସେ ହେଉଛନ୍ତି ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ। ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଣୀ ନେତା ଏବଂ ସମାଜବାଦୀ ଚିନ୍ତାଧାରାର ନେତା ଭାବେ ସେ ଓଡ଼ିଶାର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।
ଜନ୍ମ ଓ ଶିକ୍ଷା: ୧୮୮୬ ମସିହା ଅକ୍ଟୋବର ୧୭ରେ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମରେ ସାରଙ୍ଗଧର ଦାସଙ୍କ ଜନ୍ମ ହୋଇଥିଲା। ରେଭେନ୍ସା କଲେଜରେ ଶିକ୍ଷା ଲାଭ କରିବା ପରେ ସେ ବିଦେଶରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ସୁଗାର ଟେକ୍ନୋଲୋଜିରେ ଶିକ୍ଷା ଲାଭ କରି ହାୱାଇରେ ମୁଖ୍ୟ କେମିଷ୍ଟ ଭାବେ କାର୍ଯ୍ୟ କରିଥିଲେ।
କାହିଁକି ଗଡ଼ଜାତ ଗାନ୍ଧୀ?#newsodiaodisha
#public #dhenkanal#ବିଦେଶରୁ ଫେରିବା ପରେ ଗଡ଼ଜାତ ଅଞ୍ଚଳର ପ୍ରଜାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ବିଭିନ୍ନ କର ବିରୋଧରେ ସେ ସ୍ୱର ଉଠାଇଥିଲେ। ୧୯୩୧ ମସିହାରେ କଟକରେ ପ୍ରଥମ ଗଡ଼ଜାତ ପ୍ରଜା ସମ୍ମିଳନୀ ଆୟୋଜନ କରି ପ୍ରଜାମଣ୍ଡଳ ଆନ୍ଦୋଳନକୁ ଗତି ଦ
Dhenkanal Sadar, Dhenkanal | Sep 19, 2026