ନୂଆ ପୋଖରୀ ନା ଡମ୍ପିଂୟାର୍ଡ? ଅଳିଆ ପକାଇ ପୋଖରୀକୁ କରାଯାଉଛି ପ୍ରଦୂଷିତ, ଅଳିଆ ସହ ମଦ ବୋତଲର ପାହାଡ଼, ପୌର ପ୍ରଶାସନ ଓ ପୋଲିସର ନିରବତାକୁ ନେଇ ପ୍ରଶ୍ନ
#public #newsodiaodisha#dhenkanal
ଢେଙ୍କାନାଳ ଜିଲ୍ଲାର ଐତିହ୍ୟ ଜଳାଶୟ ଭାଗିରଥି ସାଗରର ସୁରକ୍ଷା କରିବା ବଦଳରେ ଅଳିଆ ଫିଙ୍ଗିବାକୁ ପ୍ରଶ୍ରୟ ଦେଉଛି ପୌର ପ୍ରଶାସନ। ଜିଲ୍ଲାର ଐତିହ୍ୟ ନଷ୍ଟ କରୁଛି ଦୂଷିତ କରୁଛି ପୌର ପ୍ରଶାସନ। ଏପଟେ ବିଭିନ୍ନ ଅଶୌଚ କାର୍ଯ୍ୟ କରାଯାଉଥିବାରୁ ପୁରୁଣା ଲୁଗାପଟା ପୋଖରୀ ତୁଠରେ ପକାଉଛନ୍ତି। ତାହା ସଫା କରାଯାଉନାହିଁ। ମଦ୍ୟପ ମାନେ ମଦ ପିଇ ବୋତଲ, ପ୍ଲାଷ୍ଟିକ ଗ୍ଲାସ ଇତ୍ୟାଦି ପୋଖରୀ ଭିତରେ ପକାଉଛନ୍ତି। ପୋଖରୀକୁ ସୁରକ୍ଷିତ ଏବଂ ସୁନ୍ଦର କରିବାପାଇଁ ଅନେକ ଥର ଦରଖାସ୍ତ ମାଧ୍ୟମରେ, କଥୋପ କଥନରେ ଓ ଏକ୍ସ ଆପ୍ ମାଧ୍ୟମରେ ବିଭାଗୀୟ କର୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୂନ୍ୟ। ଦୁଇ ବର୍ଷ ପୂର୍ବେ ପୌର ଏବଂ ରାଜ୍ୟ ସରକାର ପୋଖରୀର ସୌନ୍ଦର୍ଯ୍ୟକରଣ କରିବାପାଇଁ ବହୁ ବଡ଼ ବଡ଼ ପ୍ରତିଶୃତି ଦେଇଥିଲେ। ଏପରିକି ସହରାଞ୍ଚଳ ମନ୍ତ୍ରୀ ମଧ୍ୟ ବିଭିନ୍ନ ପ୍ରକାର ଗଛ ଓ ଅଳିଆ, ବୋତଲ ପକାଉଥିବା ଲୋକଙ୍କ ଉପରେ ନିଘରାଣୀ ପାଇଁ ସିସିଟିଭି ଲଗାଯି�