ଅନୁଗୋଳ: ଅମଲାପଡ଼ାରେ ହେଉଥିବା କାର୍ତ୍ତିକେଶ୍ୱର ପୂଜାରେ ଯୋଗ ଦେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ
Anugul, Angul | Nov 4, 2025 ଅନୁଗୋଳ ପୌରପାଳିକା ଅନ୍ତର୍ଗତ ଅମଲାପଡ଼ା ଠାରେ କାର୍ତ୍ତିକେଶ୍ୱର୍ ପୂଜା କମିଟି ଆନୁକୂଲ୍ୟରେ ହେଉଥିବା ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର୍ ପୂଜା ମଣ୍ଡପରେ ପହଞ୍ଚି ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ପ୍ରଭୁ କାର୍ତ୍ତିକେଶ୍ୱରଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଉଠୁ ଏହା ପ୍ରାର୍ଥନା କରୁଅଛି ।।ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ, ଯୁବ ନେତା ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।