ଚମ୍ପୁଆ: ବଡବିଲ-ଯୋଡା ରାଜପଥ ପୁରୁଣା କୋର୍ଟ ନିକଟରେ କାର ଧକ୍କାରେ ସ୍କୁଟି କ୍ଷତିଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଚାଳକ
ବଡବିଲ-ଯୋଡା ରାଜପଥର ପୁରୁଣା କୋର୍ଟ ନିକଟରେ ଆଜି ଏକ କାର ସ୍କୁଟିକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍କୁଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ଏହାକୁ ଚଳାଉଥିବା ମହିଳା ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି।