ସୁରେଶ ପୂଜାରୀ ଏବେ କେଉଁଠି? ଅସୁବିଧା ସମୟରେ କାହିଁକି ଦେଖା ଯାଉନାହାନ୍ତି?
ଭୋଟ୍ ସମୟରେ ଆମ ପିଲାମାନେ ତାଙ୍କ ପାଇଁ ଜୀବନ ଦେଇ ଦେଉଥିଲେ। ହେଲେ ଏବେ ଗାଁର ଲୋକେ ଅସୁବିଧାରେ ପଡ଼ିଥିବା ବେଳେ ସେ କାହିଁକି ଦେଖା ଯାଉନାହାନ୍ତି? — ଏଭଳି ଅଭିଯୋଗ କରିଛନ୍ତି ବୁଡାଲୋ ଗ୍ରାମବାସୀ।
ନିର୍ବାଚନ ସମୟରେ ଯେଉଁ ନେତାଙ୍କ ପାଇଁ ଲୋକେ ଦିନରାତି ମେହନତ କରିଥିଲେ, ଆଜି ସେହି ଲୋକଙ୍କ ଦୁଃଖ ସମୟରେ ନେତାଙ୍କ ଅନୁପସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ। ଗ୍ରାମବାସୀଙ୍କ ଅଭିଯୋଗ— “ଭୋଟ୍ ବେଳେ ଆମେ ଦରକାର, ହେଲେ ଅସୁବିଧା ବେଳେ ଆମେ କାହିଁକି ଅଦରକାର?”