ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଓ ପୋଲିସ ହେଲେ ମୁହାଁମୁହିଁ
ପୋଲିସ ଚାଷୀ ମୁହାଁ ମୁହିଁ | ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସିଥିବା ଚାଷୀଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିବା ଦେଖାଯାଇଛି | ଜିଲ୍ଲାରେ ଧାନ କିଣା ବିକା ସମସ୍ୟାକୁ ନେଇ ଚାଷୀ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିଲେ | ଏନେଇ ପୋଲିସ ଗେଟ ବନ୍ଦ କରିଥିବା ବେଳେ କେତେ ଜଣ ଚାଷୀ ଗେଟ ବାହାରେ ରହିଯାଇଥିଲେ | ତେବେ ମଙ୍ଗଳବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ଚାଷୀ ମାନେ ଗେଟରେ ରହିଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ ଏବଂ ସେହି ସମୟରେ ପୋଲିସ ଓ ଚାଷୀ ମୁହାଁମୁହିଁ ହୋଇଥିବା ଦେଖାଯାଇଛି | ତେବେ ପ୍ରଶାସନ ଚାଷୀଙ୍କ ଧାନ କିଣୁ ବୋଲି ଦାବି କରିଛନ୍ତି ଚାଷୀ ।