#ମିତ୍ରପୁର_ବ୍ଲୁ_ଲେକ_ରେ_ଗାଧୋଇବା_ବେଳେ_୨_ଛାତ୍ର_ନିଖୋଜ
ମିତ୍ରପୁର ନିକଟ ବ୍ଲୁ ଲେକ୍ ପୁଣି ପାଲଟିଲା କାଳ। ଗତ ଶୁକ୍ରବାର ପୂର୍ବାହ୍ନ ୧୧ ଟା ସମୟରେ ତିନି ଛାତ୍ର ବୁଲିବାକୁ ଆସି ପାଣି ରେ ବୁଡି ଦୁଇ ଜଣ ନିଖୋଜ ହୋଇଥିବା ବେଳେ ଜଣେ ସୁରକ୍ଷିତ ଅଛନ୍ତି। ତେବେ ନୀଳଗିରି ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଖୋଜ ଥିବା ଦୁଇ ଛାତ୍ର ହେଲେ ଭଦ୍ରକ ଜିଲ୍ଲାର ଅଂଶୁମାନ ପାତ୍ର ଓ ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲାର ଭବିଷ୍ୟ ପାତ୍ର ଏବଂ ସୁରକ୍ଷିତ ଥିବା ରୋଶନ ନାୟକ ଘର କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି ତେବେ ନିଖୋଜ ଦୁଇ ଜଣ ଛାତ୍ର ଫକୀରମୋହନ କଲେଜ ର ଛାତ୍ର ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ନୀଳଗିରି ପୋଲିସ,ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ଆରମ୍ଭ ଜାରିରଖିଛି
#bharatnewsodia
#baleswar
#Nilagiri