ଚମ୍ପୁଆ: ଟୁଣୁଟୁଣା ଆମ୍ବ ବଗିଚାରେ ୨୫ ଟିକିଆ ହାତୀପଲ, ଲୋକେ ଆତଙ୍କିତ
ଚମ୍ପୁଆ ରେଞ୍ଜ ଅଧିନସ୍ଥ ସରେଇ ଗ୍ରାମ ପଞ୍ଚାୟତର ଟୁଣୁଟୁଣା ଆମ୍ବ ବଗିଚାରେ ୨୫ ଟିକିଆ ହାତୀପଲ ଚାଲି ଆସି ଯାଇଥିବା ଜଣା ପଡିଛି। ଏନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ କଡା ନଜର ରଖା ଯାଇଥିବା ସୂଚନା ରହିଛି।