କୋରାପୁଟ ସହର: ଓଏସଏପି ତୃତୀୟ ବାଟାଲିୟନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଦାରୁବ୍ରହ୍ମ । ଦାରୁଦେବତା ଭାବରେ ସେ ଘରେ ଘରେ ପରିଚିତ। ପବିତ୍ର ସୁନାବେଶ ଅବସରରେ କୋରାପୁଟ ଓଏସଏପି ତୃତୀୟ ବାଟାଲିୟନ ପରିସରରେ ଏକ୍ ପେଡ୍ ମା’ କେ ନାମ୍ ୨.୦ ଅଭିଯାନ ଆରମ୍ଭ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳ ୧୦ଘଣ୍ଟା ସମୟରେ ଯୋଗଦେଇ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କୋରାପୁଟ ଜିଲ୍ଲା ସହ ମୋର ଦୀର୍ଘ ୩୦ରୁ ୩୫ ବର୍ଷର ସମ୍ପର୍କ ରହଥିବା କହିଛନ୍ତି।