#ବନ୍ୟାଞ୍ଚଳ_ବୁଲି_ସ୍ଥିତି_ଅନୁଧ୍ୟାନ_କଲେ_ପୂର୍ବତନ_ଉପବାଚସ୍ପତି_____ସାନନ୍ଦ_ମାର୍ଣ୍ଡି
ମୟୂରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟା ବ୍ଲକ ନାଲୁହା ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଫଳରେ କରକଚିଆ ଜିପି ଓ ଡେଙ୍ଗାମ ଜିପି ଅଧୀନରେ ଥିବା ଅନେକ ଗାଁ ଗୁରୁତର ଭାବେ ପ୍ରଭାବିତ ହୋଇଛି।ବନ୍ୟାରେ
ହଜାର ହଜାର ଲୋକ ହନ୍ତସନ୍ତ ହେଉଥିବା ବେଳେ ଶହ ଶହ ପରିବାର ବାସହୀନ ହୋଇପଡ଼ିଛନ୍ତି।ଯାହାକୁ ଦେଖି ପୂର୍ବତନ ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ଶ୍ରୀ ସାନନ୍ଦ ମାର୍ଣ୍ଡି ପ୍ରଭାବିତ ଗାଁ ଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସହ ଏହି ଅସୁବିଧା ସମୟରେ ଠିଆ ହୋଇ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସୁକିଲା ଖାଦ୍ୟ ଓ ପାଲ ବଣ୍ଟନ କରିଥିଲେ ଏବଂ ଯଥାଶୀଘ୍ର ଓଡ଼ିଶା ସରକାର, ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ନ ଶୋଇ ପ୍ରଭାବିତ ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରି ରିଲିଫ୍ ଦେଇ ଉପଯୁକ୍ତ ଥଇଥାନର ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ।।।।
#Mayurbhanj #baripada