SMS News Bureau Bhubaneswar
ବିଜେଡି ସଂଖ୍ୟାଲଘୁ ସେଲ୍ ର ସାଧାରଣ ପରିଷଦ ବୈଠକ।
ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ବିଜୁ ଜନତା ଦଳର ରାଜ୍ୟ ସଂଖ୍ୟାଲଘୁ ସେଲ୍ ସାଧାରଣ ପରିଷଦ ବୈଠକରେ ଯୋଗଦାନ କଲେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ୍ ତିର୍କୀ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଏବଂ ମାନ୍ୟବର ଦଳୀୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ଭାଇ-ଭଉଣୀମାନଙ୍କ ସାମାଜିକ, ଶୈକ୍ଷିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଦଳର ନିରନ୍ତର ପ୍ରୟାସ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ସଂଖ୍ୟାଲଘୁ ସମାଜର ଅଧିକାର ସୁରକ୍ଷା, ସଶକ୍ତିକରଣ ଏବଂ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ଦିଗରେ ବିଜୁ ଜନତା ଦଳ ସର୍ବଦା ପ୍ରତିବଦ୍ଧ ବୋଲି ମତ ବ୍ୟକ୍ତ କରିଥିଲେ । ବୈଠକରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂଖ୍ୟାଲଘୁ ସେଲ୍ର ବରିଷ୍ଠ ନେତୃବୃନ୍ଦ ଓ କର୍ମୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।