କେନ୍ଦୁଝର ଟାଉନ ଥାନା ପୋଲିସକୁ ବଡ଼ ସଫଳତା। ଧରାପଡ଼ିଛି ଆନ୍ତଃରାଜ୍ୟ ଟ୍ରାନସଫର୍ମର ଡକାୟତି ଗ୍ୟାଙ୍ଗର ୧୬ ଜଣ ଦୁର୍ବୃତ୍ତ। ସୂଚନା ଅନୁସାରେ, ଏହି ଗ୍ୟାଙ୍ଗ କେନ୍ଦୁଝରର ୨୦ଟି ସ୍ଥାନ ସମେତ ରାଜ୍ୟର ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଚୋରି ଓ ଡକାୟତି କରିଥିବା ଅଭିଯୋଗ ରହିଛି। ୫ଟି ଜିଲ୍ଲା ପୋଲିସ ପାଇଁ ମୁଣ୍ଡବିନ୍ଧା ପାଲଟିଥିବା ଏହି ଗ୍ୟାଙ୍ଗକୁ ଶେଷରେ ଟାଉନ ଥାନାର ସ୍ୱତନ୍ତ୍ର ଟିମ୍ କାବୁ କରିଛି।
ଅଭିଯୁକ୍ତଙ୍କଠାରୁ ୨ଟି କାର୍, ୬ କ୍ୱିଣ୍ଟାଲରୁ ଅଧିକ ତମ୍ବା ଓ ଆଲୁମିନିୟମ୍ ତାର, ୫୦ ଗ୍ରାମ ସୁନା, ଦେଢ଼ ଲକ୍ଷ ଟଙ୍କା ନଗଦ ଏବଂ ୧୫ଟି ମୋବାଇଲ୍ ଫୋନ୍ ସହ ବହୁ ଚୋରି ସାମଗ୍ରୀ ଜବତ କରିଛି ପୋଲିସ।
#transformersrobbery #BreakingNews #Keonjhar #latastnews #pabitranewsodisha #viralpost