ସୁନ୍ଦରଗଡ ସହର: ବଡ଼ଗାଁ ଏକ୍ସସାଇଜ ରେଞ୍ଜ ଇନ୍ସପେକ୍ଟରଙ୍କ ରାଜଗାଙ୍ଗପୁର ମନ୍ଦ୍ରିଆରେ ଅବକାରୀ ଚଢାଉ, 40 ଲିଟର ତାଡ଼ି ଜବତ , ବିହାରୀ ଅଭିଯୁକ୍ତ ଗିରଫ
ଆଜି ନଭେମ୍ୱର 29 ତାରିଖ ଶନିବାର ଅପରାହ୍ନ 12:30 ରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଚାଲିଥିଲା ଅବକାରୀ ବିଭାଗର ତାଡ଼ି ଉପରେ ଚଢ଼ାଉ। ବଡ଼ଗାଁ ଏକ୍ସସାଇଜ ରେଞ୍ଜ ଇନ୍ସପେକ୍ଟର ତୁଳସୀ ଶିଖା ଓ ତାଙ୍କ ଟିମ ଏହି ଚଢାଉ କରି ଦୁଇଟି ଯାର୍କିନ ଭର୍ତ୍ତି ତାଡ଼ି ଜବତ କରିବା ସହ ଏହି ବେଆଇନ କାମ କରୁଥିବା ପ୍ରମୋଦ ଚୌଧୁରୀ ନାମକ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତର ଘର ବିହାର ରାଜ୍ୟ ବୈଶାଳୀ ଜିଲ୍ଲା ମହାନର ବୋଲି ତଦନ୍ତରେ ଜଣା ପଡ଼ିଛି। ଏ ନେଇ ଅଭିଯୁକ୍ତ ନାମରେ ପି ଆର୍ କେଶ୍ ନମ୍ୱର 81 ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ପ୍ରମୋଦକୁ ଦଫା 52 (d)(i i ) ରେ ସନ୍ଧ୍ୟା 8 ରେ