Public App Logo
#ଯାଜପୁର_ବନ୍ୟାଞ୍ଚଳ_ଗସ୍ତରେ_ଉପ_ମୁଖ୍ୟମନ୍ତ୍ରୀ_ଓଡ଼ିଶା_ଶ୍ରୀମତୀ_ପ୍ରଭାତୀ_ପରିଡ଼ା ଯାଜପୁରର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବଡ଼ଚଣା ଓ ଦଶରଥପୁରର ବନ୍ୟାଞ୍ଚଳ ବୁଲି ଦେଖିବା ସହ ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି। ପରେ ସମୀକ୍ଷା ବୈଠକରେ ବିଶୋଧନ, ସ୍ୱାସ୍ଥ୍ୟସେବା ଓ ପୁନରୁଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ବଡ଼ଚଣା ବ୍ଲକର ଗୋପାଳପୁର ଏବଂ ଦଶରଥପୁର ବ୍ଲକର ଡୋଭାବିଲ ପାଟଣା ଓ ତରପଦା ଅଞ୍ଚଳ ଗସ୍ତ କରି ବନ୍ୟାସ୍ଥିତିର ସମୀକ୍ଷା କରିଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିପନ୍ନଙ୍କ ସହ ଆଲୋଚନା କରି ସମସ୍ତ ସରକାରୀ ସହାୟତା ପହଞ୍ଚାଇବାର ଆଶ୍ୱାସନ ଦେଇଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରି ବନ୍ୟା ପରେ ପାନୀୟ ଜଳ ଉତ୍ସର ବିଶୋଧନ, ମୋବାଇଲ୍ ମେଡିକାଲ୍ ଟିମ୍ ମାଧ୍ୟମରେ ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ରାସ୍ତା ଓ ନଦୀବନ୍ଧ ମରାମତି ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ଶୀଘ୍ର ରିପୋର୍ଟ ପ୍ରଦାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବଡଚଣା ବିଧାୟକ ଅମର କୁମାର ନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସହିତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଯନ୍ତ୍ରୀ, ଅଧିକାରୀ ଆଲୋଚନାରେ ସାମିଲ ଥିଲେ। ଜିଲ୍ଲା ବିଜେପି ସଭାପତି ଦେବଜାନୀ ପ୍ରଧାନ, ପୂର୍ବତନ ସଭାପତି ଗୌତମ ରାୟଙ୍କ ସମେତ ବିଜେପିର ବହୁ ବରିଷ୍ଠ ପଦାଧିକାରୀ ଓ ନେତୃବୃନ୍ଦଙ୍କ ସହିତ ଦଳୀୟ କର୍ମୀ ଗସ୍ତ ସମୟରେ ଉପସ୍ଥିତ ହୋଇ ବନ୍ୟା ସ୍ଥିତି ସମ୍ପର୍କରେ ଅବଗତ କରିବା ସହ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ #floodrelief #ଯାଜପୁର #jajpur #lntvnetwork #JajpurNews #jajpurkhabar #Aeiodisha - Bhubaneswar M Corp News