ବିଭିନ୍ନ ଜନସ୍ୱାର୍ଥ ସମସ୍ୟାକୁ ନେଇ କୁଚିଣ୍ଡା ନଗର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଝୁଲେନପୋଲ ବ୍ରିଜ ନିର୍ମାଣ ସହ ମହୁଲଡିହି-ଲସା ବ୍ରିଜ ଆପ୍ରୋଚ୍ ରୋଡ୍ କାମ ଅଧପନ୍ତରିଆ ପଡ଼ିରହିବା ଏବଂ #TPWODL ର ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ପାନୀୟ ଜଳ ଓ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଜରୁରୀ ସେବାକୁ ବାଦ୍ ଦେଇ ଦୋକାନବଜାର, ଯାନବାହନ ଚଳାଚଳ ତଥା ସରକାରୀ-ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଏହି ବନ୍ଦ ଯୋଗୁଁ ସ୍ଥାନୀୟ ପ୍ରଶାସନ ଉପରେ ଚାପ ବଢ଼ିଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ସାଧାରଣ ଲୋକ ଅପେକ୍ଷା କରିଛନ୍ତି। #kuchinda #amarkuchinda #sambalpur