ନିମାପଡା: ସାଇଁଶ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
Nimapada, Puri | Dec 4, 2024 ଆଜି ଅପରାହ୍ନ ତିନିଟାରେ ସାଇଁଶ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ସମିତିସଭ୍ୟା ସଂଧ୍ୟାରାଣୀ ରଥ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରା ଆବାସ ଯୋଜନାରେ ହିତାଧିକାରୀ ଚୟନରେ ହୋଇଥିବା ପରିବର୍ତ୍ତନ ଗାଇତଲାଇନକୁ ପଡ଼ି ଶୁଣାଇବା ସହ ସଚେତନ କରାଇଥିଲେ ।