#ଓଡ଼ିଆ_ପରମ୍ପରା_ଭିତରେ_ରଜ_ର_ସ୍ଥାନ_ସ୍ୱତନ୍ତ୍ର
ରଜ ସଂକ୍ରାନ୍ତି । ଓଡ଼ିଆ ପରମ୍ପରା ଭିତରେ ରଜ ର ସ୍ଥାନ ସ୍ୱତନ୍ତ୍ର। ବର୍ଷ ର ଲଗାତାର ୩ ଦିନ ପାଳନ ହେଉଥିବା ଏକ ମାତ୍ର ପର୍ବ ହେଉଛି ରଜ। ଆଧୁନିକତାର ପ୍ରଭାବ ରେ ଏହି ରଜ ପର୍ବ ର ଆକର୍ଷଣ କମି କମି ଆସୁଥିବା ବେଳେ ଏହି ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଯାଜପୁର ବ୍ଲକ ସାହାସପୁର ପଂଚାୟତବାସୀ । ଗାଁ ର ଯୁବକ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି ସାହାସପୁର ଗାଁରେ ରଜ ମଉଜ କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ରଜ ଦୋଳି, ପୁଚି ଖେଳ, ଦୌଡ଼ି ଡିଆଁ, ହୁଳହୁଳି, କାନ୍ଦଣା, କବାଡି, ଲୁଡୁ ଓ ତାସ୍ ପ୍ରଭୃତି ଖେଳ ଆୟୋଜନ କରାଯାଇଛି । ଭଉଣୀ ମାନଙ୍କ ପାଇଁ ଭାଇ ମାନେ ଲଗାଇଛନ୍ତି ଦୋଳି l ଏହି ଖେଳ ମାଧ୍ୟମରେ ରଜ ପରମ୍ପରା କୁ ମନେ ରହିବା ଓ ନୂତନ ପିଢ଼ି ମାନଙ୍କୁ ଓଡ଼ିଆ ପରମ୍ପରା ବିଷୟରେ ଅବଗତ କରିବା ପାଇଁ ଏଭଳି ଏକ ନିଆରା ଉଦ୍ୟମ ପଞ୍ଚୟତ ବାସୀଙ୍କ ପକ୍ଷରୁ କରାଯାଇଛି ।
#lntvnetwork #JajpurNews #jajpurkhabar #Aeiodisha