Public App Logo
#ଜିଲା_ସ୍ତରୀୟ_୮୦_ତମ_ସ୍ୱାଧୀନତା_ଦିବସ_ପାଳିତ ଯାଜପୁର ପ୍ରଶାସନିକ ଭବନ ପଡିଆରେ ଜିଲା ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଦେଶର ସ୍ୱାଧୀନତା ସଂଗ୍ରାମରେ ଯାଜପୁର ଜିଲ୍ଲାର ଅବଦାନ କୁ ମନେ ପକାଇଥିଲେ। ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମାଲ ସମେତ ଜିଲ୍ଲା ପରିଷଦ ଉପାଧାକ୍ଷ ଗଣେଶ୍ଵର ବରାଳ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ର ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ , ସ୍କାଉଟ ଗାଇଡ , ଏନସିସି, ପୋଲିସ ବାହିନୀର ୫୨ ଟି ଟ୍ରୁପ ପ୍ୟାରେଡ ପ୍ରଦର୍ଶିତ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀଙ୍କୁ ଉପସ୍ଥିତ ଅତିଥି ମାନଙ୍କୁ ପୁରସ୍କୃତ କରିଥିଲେ। ଜିଲାର ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ବ ମାନଙ୍କୁ ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ର ନେତା,ବରିଷ୍ଠ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ। #IndependenceDay #iindiaindependence #JajpurNews #jajpurkhabar #Aeiodisha #lntvnetwork . - Bhubaneswar M Corp News