ପରଜଙ୍ଗ: ପଳାଶପିଠିଆ ଗ୍ରାମରେ ଶନିଶ୍ଚର ମହାଗ୍ରହଙ୍କ ମନ୍ଦିରରେ ତୃତୀୟୃ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ
ପଳାଶପିଠିଆ ଗ୍ରାମରେ ଶନିଶ୍ଚର ମହାଗ୍ରହଙ୍କ ମନ୍ଦିରରେ ତୃତୀୟୃ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ । ଭୁବନ ବ୍ଲକ ଅନ୍ତର୍ଗତ ପଳାଶପିଠିଆ ଗ୍ରାମରେ ଶନିଶ୍ଚର ମହାଗ୍ରହଙ୍କ ମନ୍ଦିରରେ ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅପରାହ୍ନ ୧ଟାରେ ଶ୍ରଦ୍ଧା ଓ ଭକ୍ତିର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ମହିଳା ମାନେ କଳସ ଶୋଭାଯାତ୍ରା କରିଥିବା ବେଳେ ହୋମଯଜ୍ଞ କରାଯାଇଥିଲା। ତେବେ ଅଞ୍ଚଳର ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମିଥିବା ବେଳେ ହରିହାଟରରେ ହଜାରେରୁ ଉର୍ଦ୍ଧ ଲୋକ ପ୍ରସାଦ ସେବନ କରିଥିଲେ।ଏହିଅବସରରେ କର୍ତାଭାବେ ଅକ୍ଷୟ ରାଉତ ଏବଂ ଝରଣା ରାଉତ ପୂଜା ତୁଲାଇଥିଲେ।