୬୭୦ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ
ଲମତାପୁଟ ବ୍ଲକ ମାଛକୁଣ୍ଡ ଡ୍ୟାମ୍ ନିକଟରେ ଗଞ୍ଜେଇ ଚୋରାଚାଲାଣ ଖବର ପାଇ ପୋଲିସ ଛକି ରହିଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍କୁ ଅଟକାଇବାକୁ ପୋଲିସ ଚେଷ୍ଟା କରିଥିଲା। ତେବେ ଗାଡ଼ି ନ ଅଟକାଇ ଚାଳକ ଫେରାର ହେବାକୁ ଉଦ୍ୟମ କରିଥିଲା।
ପୋଲିସ ପିଛା କରି ଗାଡ଼ିକୁ ଧରିବା ପରେ ଯାଞ୍ଚରୁ ୨୮ଟି ଜରି ବ୍ୟାଗ୍ରେ ୬୭୦ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଘଟଣାରେ ବାଲେଲ ଗ୍ରାମର ଯୋଗେଶ ଖରାଙ୍କୁ ଗିରଫ କରି NDPS ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଗଞ୍ଜେଇ ଚୋରାଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସର ତଦନ୍ତ ଜାରି ରହିଛି।
📍 ଲମତାପୁଟ | ୨୩ ସେପ୍ଟେମ୍ବର ୨୦୨୬
#MachkundPolice #Lamtaput #Koraput #GanjaSeized #OdishaNews #BreakingNews #newodishatv #Odisha