ନୂଆଗାଁ ବ୍ଲକର ଜାହାରିଟୋଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୂଜା ପଡିଆରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ଅଋଣ ପାଣ୍ଡେ ଓ ଡାକ୍ତର ସତ୍ୟମ ଟିୱାରିଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ରକ୍ତଚାପ, ମଧୁମେହ ତଥା ବିଭିନ୍ନ ପରୀକ୍ଷା କରାଯାଇଥିଲା। ଏଥିରେ ପ୍ରାୟ ୫୦ ଜଣ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା।