ରାଉରକେଲା ମ୍ୟୁନିସିପାଲଟି: ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଆରଏମସି ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଆରଏମସି ତରଫରୁ ଏକ ପ୍ରସ୍ତୁତି ବୈଠକ ସୋମବାର ପୂର୍ବାହ୍ନରେ ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସହରରେ ଥିବା ବଜାର ତଥା ଜନଗହଳି ପୂର୍ଣ୍ଣ ସ୍ଥାନ ଗୁଡିକରେ ଜଳଛତ୍ରର ବ୍ୟବସ୍ଥା କରିବା, ସମସ୍ତ ସରକାରୀ ଚିକିତ୍ସାଳୟ ଗୁଡିକରେ ଯଥେଷ୍ଟ ପରିମାଣର ଔଷଧ ଓ ଓଆରଏସ ମହଜୁଦ୍ ରଖିବା ନେଇ ଆଲୋଚନା ହୋଇଛି।