ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ବ୍ଲକ ଏ. ବରିଡା ଗ୍ରାମର ପିଏମ ଶ୍ରୀ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜଣେ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି ନିର୍ଦେଶ ପରେ ବିଦ୍ୟାଳୟ ରେ ହୋହାଲ୍ଲା ଦେଖିବାକୁ ମିଳିଛି l ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଫାଟକ ନିକଟରେ ଧାରଣାରେ ବସିବା ସହ ଅଭିଭାବକ ମାନେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କୁ ଘେରି ବଦଳି ନିର୍ଦେଶ ବାତିଲ କରିବାକୁ ଦାବି କରିଛନ୍ତି l