ନୂଆପଡା: ଭଉଣୀଙ୍କ ଘରେ ଚୋରି କରିଥିବା ଭାଇ ୨୪ ଘଣ୍ଟାରେ ଗିରଫ, ସାମଗ୍ରୀ ଉଦ୍ଧାର
ନୂଆପଡା ଜିଲ୍ଲା କୁରୁମପୁରୀ ଗ୍ରାମରେ ଭଉଣୀଙ୍କ ଘରୁ ଆଲମିରା ଭାଙ୍ଗି ଚୋରି କରିଥିବା ଭାଇ ଜିତେନ ଯାଦବକୁ ଲଖନା ପୁଲିସ ଗିରଫ କରିଛି। ପୁଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦୦ ପ୍ରତିଶତ ଚୋରି ସାମଗ୍ରୀ ଉଦ୍ଧାର କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।